19.1 C
Bhubaneswar
Friday, February 6, 2026
Homeଓଡିଶାଶାଶୁକୁ ହତ୍ୟା କଲା ବୋହୂ

ଶାଶୁକୁ ହତ୍ୟା କଲା ବୋହୂ

ଅନୁଗୂଳ: ଅନୁଗୂଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହାଡୁଡିରେ ପିଟି ପିଟି ଶାଶୂଙ୍କ ଜୀବନ ନେଇଛନ୍ତି । ବୋହୂ ଓ ସମଦୂଣୀ । ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୂଣୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଗତକାଲି ରାତିରେ ବୋହୂ ସରିତା ସାହୁ ଏବଂ ତାଙ୍କ ଶାଶୁଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ବୋହୂସରିତା ଏକ ହାତୁଡିରେ ଶାଶୁଙ୍କୁ ପିଟିପିଟି ହତ୍ୟା କରିଥିବା କୁହାଯାଇଛି । ଫଳରେ ଶାଶୁଙ୍କର ମୃତ୍ୟୁ ହୋଇଥିଲା । ସଦର ଥାନା ପୋଲିସ ଖବର ପାଇ ଆଜି ଖଲାରୀରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୋଲିସ ଏହି ଘଟଣାରେ ବୋହୂ ସହିତ ଅଙ୍ଗାରବନ୍ଧ ଗାଁର ସମୁଦୂଣୀଙ୍କୁ ଅଟକ ରଖିଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking