19.1 C
Bhubaneswar
Wednesday, February 11, 2026
Homeଓଡିଶାଯୌତୁକ ପାଇଁ ବୋହୂକୁ ହତ୍ୟା

ଯୌତୁକ ପାଇଁ ବୋହୂକୁ ହତ୍ୟା

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ ତଳେ ନେଉଳପୁର ନିକଟ କଣ୍ଟାବଣିଆଁ ମୁସଲମାନ ସାହିର ମହସିମ ଖାନ୍‌ଙ୍କୁ ବିବାହ କରିଥଲେ। ଯୌତୁକ ବାବଦକୁ ସମସ୍ତ ସାମଗ୍ରୀ ମଧ୍ୟ ଦିଆଯାଇଥିଲା। ତେବେ ବିବାହ ପରେ ଅଧିକ ଯୌତୁକ ପାଇଁ ତାଙ୍କ ଉପରେ ଶାଶୁଘର ଲୋକେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ବୋହୂକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ତାକୁ ବଡ଼ଚଣା ମେଡିକାଲ ନେଇଥିଲେ। ସେଠାରୁ ତାଙ୍କୁ କଟକ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀ ଥାନାରେ ପହଞ୍ଚି ପ୍ରତିବାଦ କରି କରିବା ସହିତ ମୃତକଙ୍କ ସ୍ବାମୀଙ୍କୁ ଗିରଫ କରି ଉଚିତ ଶାସ୍ତି ଦେବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ମୃତକଙ୍କ ଶାଶୁଘର ଲୋକେ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking