ନୂଆଦିଲ୍ଲୀ: ଘରର ଦ୍ୱିତୀୟ ମହଲାରୁ ଖସି ଝିଅ ଗୁରୁତର। ସୋମବାର ସକାଳେ ଡେରାଡୁନର କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।ତାଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ସୋମବାର ସକାଳେ ପ୍ରାୟ ୧୦ଟା ସମୟରେ ତାଙ୍କ ସାନ ଭାଇ ସହ ଖେଳୁଥିଲେ। ସେହି ସମୟରେ ତାଙ୍କ ପଡୋଶୀ ଝିଅକୁ ନେଇ ୫୦ ଟଙ୍କା ଦେବି ବୋଲି କହି ଦ୍ୱିତୀୟ ମହଲାର ସୌର ପ୍ୟାନେଲ ସଫା କରିବାକୁ କହିଥିଲେ। ବାଧ୍ୟ ହୋଇ ସଫା କରିବା ସମୟରେ ପାଣି ବାଲ୍ଟି ତଳେ ପଡିଗଲା ଏବଂ ଝିଅଟ ମଧ୍ୟ ପାଣିରେ ଖସି ଗୁରୁତର ଆହତ ଅଛନ୍ତି। ଖସି ପଡିଯିବାରୁ ତାଙ୍କୁ ଗଭୀର ଆଘାତ ଲାଗିଛି।ଶରୀରରୁ ଅଧିକ ରକ୍ତସ୍ରାବ ହେଉଛି।ସାଙ୍ଗେ ସାଙ୍ଗେ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କ ଛାତିରେ ଅଧିକ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କହିଛନ୍ତି। ଏନେଇ ପରିବାର ଲୋକେ ଥାନାରେ ପଡୋଶୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ।










