ଭୁବନେଶ୍ୱର: ଭୋଟ ଦେଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । ହ୍ୱିପ ମାନିନଥିବାରୁ ୨ ଥର ନୋଟିସ କରିଥିଲା କଂଗ୍ରେସ । ହେଲେ ଦଳକୁ ଲିଖିତ ଉତ୍ତର ପଠାଇ ବର୍ଷିଥିଲେ ଦାଶରଥୀ । ତିନି ଦିନ ଧରି ଦଳରେ ଅନୁପସ୍ଥିତ ଥିଲେ ଦାଶରଥୀ । ହୁଇପ ଜାରି କରିବା ପରେ ବି ମାନିନଥିଲେ । ଦଳର ଯୋଗେଯାଗରେ ବିଚ୍ଛିନ୍ନ ଥିଲେ ଦାଶରଥୀ । ହେଲେ ଦଳ ତାଙ୍କ ଉପରେ ଦୃଢ ବିଶ୍ୱାସ ରଖି କହିଥିଲା ଯେ, ସେ ଯେଉଁଠି ବି ଥିଲେ ଭୋଟ ଦିନ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ ଦେବେ । କିନ୍ତୁ କଣ ସେ ସତରେ ନିଷ୍ପତ୍ତି ଅନୁସାରେ ଭୋଟ ଦେଇଛନ୍ତି , ଯଦି ଦେଇଥିବେ କାହିଁକି ଦଳରେ ଅନୁପସ୍ଥିତ ଥିଲେ ।










