ବ୍ୟୁରୋ : ରାୟଗଡାରେ ମହାଆଡମ୍ବରରେ ଚାଲିଛି ମାଆ ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜା । ଧୁମଧାମରେ ଚାଲିଛି ମାଆ ମହାକାଳୀଙ୍କ ପୂଜାର୍ଚ୍ଚନା । ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ଭିଡ ଜମୁଛି । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶେଷ ଦିନ ମାଆ ବାଲ୍ୟକୁମାରୀ ଭାବେ ପୂଜିତ ହେବାର ରହିଛି ପରମ୍ପରା । ମା ୧୦ ଦିନ ଧରି ପୂଜା ପାଇବା ପରେ ଆସନ୍ତା ୧୦ ତାରିଖ ଦିନ ମାଙ୍କ ବିସର୍ଜନ କରାଯିବ । ଏହି ସ୍ୱତନ୍ତ୍ର ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ଭିଡ । ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।