ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା । ବ୍ୟାରିକେଡ୍ ଯୋଗେ ଦର୍ଶନ କରିବେ ଶ୍ରଦ୍ଧାଳୁ । ନୂଆବର୍ଷ ଆସୁଥିବାରୁ ପୁରୀରେ ଏବେଠୁ ବ୍ୟବସ୍ତା ନେଇ ପ୍ରଶାସକ ସୂଚନା ଦେଇଛନ୍ତି । ନାଟ ମଣ୍ଡପ ଭିତରେ ଭକ୍ତଙ୍କ ପାଇଁ ହେବ କାଠର ବ୍ୟାରିକେଡ । ସେଥିରେ ରହିବ ରାମ୍ପ ବ୍ୟବସ୍ଥା । ଆଗାମୀ ଦିନରେ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ କରାଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।