27.1 C
Bhubaneswar
Friday, September 27, 2024
Homeଓଡିଶାଶୋଇଥିବା ମହିଳାଙ୍କୁ ଘୋଷାଡ଼ି ଆଣି କଚାଡି ମାରିଲା ଦନ୍ତା

ଶୋଇଥିବା ମହିଳାଙ୍କୁ ଘୋଷାଡ଼ି ଆଣି କଚାଡି ମାରିଲା ଦନ୍ତା

ମୟୂରଭଞ୍ଜ : ଘରେ ପଶି ଶୋଇଥିବା ମହିଳାଙ୍କୁ ଘୋଷାଡ଼ି ଆଣି କଚାଡି ମାରିଲା ଦନ୍ତା । ମୃତ ମହିଳା ଜଣକ ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା(୩୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ, ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାବାଜି ଯନ୍ତ୍ରଦ୍ୱାରା ପ୍ରଚାରକରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା । ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜଇଲାକାରେ ବିଚରଣ କରୁଥିଲା ଦନ୍ତା । ଏହି ସମୟରେ ୧୮ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରି ତିନି ଚାରିଟି ଘର ଭାଙ୍ଗି ଦେଇଥିଲା ଦନ୍ତା ।

ଏହି ସମୟରେ ମାନକା ଏବଂ ତାଙ୍କ ସ୍ୱାମୀ ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ମାନକା । ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଏଭଳି ଘଟଣାକୁ ନେଇ ଗ୍ରାମରେ ଚହଳ ପଡିଯାଇଥିଲା । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking