16.1 C
Bhubaneswar
Thursday, February 5, 2026
Homeଓଡିଶାଟ୍ରେନ୍ ଧକ୍କାରେ ଦନ୍ତା ମୃତ

ଟ୍ରେନ୍ ଧକ୍କାରେ ଦନ୍ତା ମୃତ

ଢେଙ୍କାନାଳ: ପୂର୍ବତଟ ରେଳପଥର ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ଟ୍ରେନ୍ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ଘଟିଛି। ୩୫ ଟିକିଆ ହାତୀପଲ ଟ୍ରେନ ଲାଇନ ଅତିକ୍ରମ କରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦନ୍ତାର ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଛି। ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଚିନ୍ତାପୋଖରୀ ଗ୍ରାମ ନିକଟରେ ଗତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ହାତୀମାନେ ଟ୍ରେନ୍ ଲାଇନ ପାର କରୁଥିଲେ। ପୂର୍ବତଟ ରେଳ ବିଭାଗର ମେରାମୁଣ୍ଡଳୀ ଷ୍ଟେସନ ଠାରୁ ମାତ୍ର ୩ କିଲୋମିଟର ଦୂର ଅପ ଲାଇନରେ ଘଟିଛି ଏହି ଦୁର୍ଘଟଣା। ଗତ ରାତିରେ ୩୫ଟିକିଆ ହାତୀ ପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ଏହି ମାଲ ବାହୀ ଟ୍ରେନ ଟି ଢେଙ୍କାନାଳ ଆଡୁ ତାଳଚେର ଆଡ଼କୁ ଯାଉଥିଲା।

ହାତୀ ପଲଙ୍କୁ ଦେଖି ଟ୍ରେନ ପାଇଲଟ ବ୍ରେକ ଦେଇଥିଲେ ମଧ୍ୟ ହାତୀ ପଲ ଦୁଇଭାଗ ହୋଇଯାଇଥିଲେ। ଗୋଟିଏ ହାତୀ ଟ୍ରେନ ଲାଇନରେ ରହିଯିବାରୁ ତାକୁ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳ ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ମାଲବାହୀ ଟ୍ରେନର ଦ୍ରୁତ ବେଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି। ଖବର ପାଇ ଘଟଣା ସ୍ଥଳକୁ ବନ ବିଭାଗ କର୍ମଚାରୀ ଓ ରେଳ ବିଭାଗ ପୁଲିସ ପହଞ୍ôଚ ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି। ହାତୀର ମୃତଦେହକୁ ବନ ବିଭାଗ ପକ୍ଷରୁ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣା କାରଣକୁ ନେଇ ତଦନ୍ତ ଜାରି ରହିଛି। ସେପଟେ ମେରାମୁଣ୍ଡଳୀ ଷ୍ଟେସନ ଥରେ ଦୁର୍ଘଟଣା ଘଟାଇଥିବା ମାଲ ଗାଡି ଓ ତାର ପାଇଲଟକୁ ଅଟକ ରଖାଯାଇଛି। ଅନ୍ୟ ହାତୀ ପଲ ସ୍ଥାନୀୟ ଜଙ୍ଗଲରେ ରହିଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking