17.1 C
Bhubaneswar
Saturday, December 14, 2024
Homeଦେଶ ବିଦେଶମାଡ଼ିଆସୁଛି ବିପଦ; ଘୋର ମରୁଡ଼ିର ସାମନା କରିବ ବିଶ୍ୱ

ମାଡ଼ିଆସୁଛି ବିପଦ; ଘୋର ମରୁଡ଼ିର ସାମନା କରିବ ବିଶ୍ୱ

ନୂଆଦିଲ୍ଲୀ : ବଦଳୁଛି ଜଳବାୟୁ । କମୁଛି ଆୟୁଷ । ଏବେଠୁ ସଜାଗ ନ ହେଲେ, ଆଗକୁ ମାଡ଼ିଆସୁଛି ଭୟଙ୍କର ବିପଦ । ମିଳିତ ଜାତିସଂଘ ସମ୍ମିଳନୀରେ ଚିନ୍ତାଜନକ ରିପୋର୍ଟ । ମାତ୍ର, ତିନି ଦଶନ୍ଧିରେ ପୃଥିବୀର ୭୭ପ୍ରତିଶତ ଭାଗରେ ଶୁଷ୍କ ଜଳବାୟୁ । ୪୦ପ୍ରତିଶତରୁ ଅଧିକ ଅଞ୍ଚଳ ଟାଙ୍ଗରା, ଆଗକୁ ଘୋର ମରୁଡ଼ିର ସାମନା କରିବ ବିଶ୍ୱ । ଗତ ୩୦ ବର୍ଷ ମଧ୍ୟରେ ପୃଥିବୀର ୭୭ ପ୍ରତିଶତରୁ ଅଧିକାଂଶ ଅଞ୍ଚଳରେ ଜଳବାୟୁ ଶୁଷ୍କ ହୋଇଯାଇଛି । ଏହି ସମୟ ମଧ୍ୟରେ ବିଶ୍ୱର ଶୁଖିଲା ସ୍ଥାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀର ୪୦ ପ୍ରତିଶତରୁ ଅଧିକ ଟାଙ୍ଗରା ଭୂମିରେ ପରିଣତ ହୋଇଛି । ସାଉଦି ଆରବର ରିୟାଦରେ ଚାଲିଥିବା ୧୬ତମ ମିଳିତ ଜାତିସଂଘ ସମ୍ମିଳନୀରେ ସୋମବାର ପ୍ରକାଶ ପାଇଛି ଏହି ରିପୋର୍ଟରେ । ରିପୋର୍ଟ ଅନୁସାରେ, ବିଶ୍ୱରେ ପାଣି ନଥିବା ଅର୍ଥାତ୍ ଶୁଷ୍କ ଅଞ୍ଚଳ ପ୍ରାୟ ୪୩ ଲକ୍ଷ ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଏହି କ୍ଷେତ୍ର ଭାରତର ଆକାରଠାରୁ ପ୍ରାୟ ଏକ ତୃତୀୟାଂଶ ବଡ଼ । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଭବିଷ୍ୟତରେ ଯଦି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ନିୟନ୍ତ୍ରିତ ନହୁଏ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ତିନି ପ୍ରତିଶତ ଆର୍ଦ୍ର ଅଞ୍ଚଳ ଶୁଷ୍କ ଅଞ୍ଚଳରେ ପରିଣତ ହେବ ।

ରିପୋର୍ଟ ଅନୁସାରେ, ଗତ ତିନି ଦଶନ୍ଧି ମଧ୍ୟରେ ଶୁଖିଲା ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨.୩ ବିଲିୟନରେ ପହଞ୍ଚିଛି । ୨୧୦୦ ମସିହା ସୁଦ୍ଧା ଏହା ୫ ବିଲିୟନରେ ପହଞ୍ଚିପାରେ । ସବୁଠାରୁ ଅଧିକ ଜନବହୁଳ ଶୁଷ୍କ ଅଞ୍ଚଳରେ ରହିଛି କାଲିଫର୍ଣ୍ଣିଆ, ଇଜିପ୍ଟ, ପାକିସ୍ଥାନର କିଛି ଅଂଶ ଉତ୍ତର-ପୂର୍ବ ଚୀନ୍ । ଏହି ଶୁଷ୍କ ଅଞ୍ଚଳ ତାଲିକାରେ ଭାରତ ବି ସାମିଲ । ମରୁଡ଼ି ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ୟୁରୋପର ୯୬ ପ୍ରତିଶତ, ପଶ୍ଚିମ ଆମେରିକା, ବ୍ରାଜିଲ, ଏସିଆ ଏବଂ ମଧ୍ୟ ଆଫ୍ରିକାର କିଛି ଅଂଶ ସାମିଲ । ବୃହତ୍ତମ ଜମି ଦକ୍ଷିଣ ସୁଦାନ ଏବଂ ତାଞ୍ଜାନିଆର କେତେକ ଅଞ୍ଚଶ ଟାଙ୍ଗରା ମରୁଭୂମିରେ ପରିଣତ ହୋଇଥିବାବେଳେ ଚାଇନାର ବୃହତ୍ତମ ଜମି ଶୁଷ୍କ ପଡ଼ିଯାଇଛି । ଶୁଷ୍କ ଅଞ୍ଚଳରେ ବାସ କରୁଥିବା ପ୍ରାୟ ଅଧା ଲୋକ ଏସିଆ ଓ ଆଫ୍ରିକା ବାସିନ୍ଦା । ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନରୁ ବୃଦ୍ଧି ପାଉଛି ଶୁଷ୍କତା ଏବଂ ମରୁଭୂମି । ଯାହାର ପ୍ରଭାବ କୋଟି କୋଟି ଲୋକଙ୍କ ଜୀବନ-ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ । ଯୁଏନସିସିଡିର କାର୍ଯ୍ୟକାରୀ ସଚିବ ଇବ୍ରାହିମ୍ ଥିଓ କହିଛନ୍ତି, ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏଭଳି ସଙ୍କଟ ନେଇ ରିପୋର୍ଟ ଦେଇଛନ୍ତି । ବିଶ୍ୱ ଆଗକୁ ସାମନା କରିବାକୁ ଯାଉଥିବା ଏହି ମରୁଡ଼ିର ଶେଷ ହୋଇପାରେ, କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗକୁ କେତେ ଯେ ଭୟଙ୍କର ହୋଇପାରେ ତାହା କଳ୍ପନା ବାହାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking