26.1 C
Bhubaneswar
Wednesday, March 25, 2026
Homeଓଡିଶାଦାନା ବାନ୍ଧୁଛି ‘ଦାନା’; ପରିବା ବଜାରରେ ଲାଗିଲାଣି ନିଆଁ

ଦାନା ବାନ୍ଧୁଛି ‘ଦାନା’; ପରିବା ବଜାରରେ ଲାଗିଲାଣି ନିଆଁ

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଦାନା ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ପରିବା ବଜାରରେ ଲାଗିଲାଣି ନିଆଁ। ଗତ ଦୁଇ ଦିନରେ ଆଳୁ ଓ ପିଆଜ ୨୦ ଟଙ୍କା ଲେଖାଏଁ ବଢ଼ିଥିବା ବେଳେ ପରିବାର ୧୦୦ ଅତିକ୍ରମ କରିଛି। ବାତ୍ୟା ବାହାନାରେ ବ୍ୟବସାୟୀମାନେ ସାଧାରଣ ଜନତାଙ୍କୁ ଲୋଟୁଛନ୍ତି। ରବିବାର କଟକ ଛତ୍ର ବଜାରରେ ଆଳୁ ୩ କିଲୋକୁ ୮୦ରୁ ୮୫ ଟଙ୍କା ଥିଲା। ଆଜି ଶହେ ପାର୍‌ କରିଛି। ରାତାରାତି ୨୦ ଟଙ୍କା ବଢି ଯାଇଛି ଦର। ୪୫ରେ ମିଳୁଥିବା ପିଆଜ କିଲୋ ୬୦ରେ ପହଁଚିଲାଣି। ସବୁ ପନିପରିବାର ଦର ପାଖାପାଖି ୨୦ ଟଙ୍କା ବଢିଛି। କିଛି ପରିବା ଦର ଦୁଇ ଗୁଣା ହେଲାଣି। ବଜାରରେ ୬୦ ତଳକୁ ଆଉ ପରିବା ନାହିଁ। ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ। ରାଜଧାନୀ ଭୁବନେଶ୍ୱର ୧ ନମ୍ବର ହାଟରେ ମଧ୍ୟ ସମାନ ସ୍ଥିତି। ବାତ୍ୟା ପାଇଁ ହାଟରେ ଗ୍ରାହକ ହାଉଜାଉ। କିଏ ବ୍ୟାଗ ଭର୍ତ୍ତି ପରିବା କିଣି ନେଲାଣି ତ ଆଉ କିଏ ଆଳୁ-ପିଆଜ କିଣୁଛି। ରାସନ ଦୋକାନରେ ଚୁଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ। ରେସମ ସହର ବ୍ରହ୍ମପୁରରେ ଏହି ଦୁଇ ଦିନ ଭିତରେ ବଢିଛି ଆଳୁ ଓ ପିଆଜ କିଣା। ବାତ୍ୟା ହେଲେ କାଳେ ନମିଳିବ ସେଥିପାଇଁ ଆଗୁଆ କିଣି ନେଉଛନ୍ତି ଗ୍ରାହକ। ସାଧାରଣତଃ କିଲେ ବା ଦୁଇ କିଲୋ ନେଉଥିବା ଗ୍ରାହକ ୫ କିଲୋ ଲେଖାଏଁ ଆଳୁ ନେଉଛନ୍ତି। ତେବେ ହୋଲସେଲ୍ ବେପାରୀ କହିଛନ୍ତି, ବଜାରକୁ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସୁଛି। ଗ୍ରାହକମାନେ ଅଯଥାରେ ଅଧିକ କିଣିବା ଆବଶ୍ୟକତା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking