15.1 C
Bhubaneswar
Saturday, December 20, 2025
Homeଓଡିଶାଡମ୍ଫର ଓ ଆମ୍ବୁଲାନ୍ସର ଧକ୍କା: ରୋଗୀ ମୃତ, ୩ ଗୁରୁତର

ଡମ୍ଫର ଓ ଆମ୍ବୁଲାନ୍ସର ଧକ୍କା: ରୋଗୀ ମୃତ, ୩ ଗୁରୁତର

ଯାଜପୁର: ଭାରସାମ୍ୟ ହରାଇ ଡମ୍ଫର ଓ ଆମ୍ବୁଲାନ୍ସ ର ଧକ୍କା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଏନଏଚ ୧୬ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ‌ଆସୁଥିଲା। ଏନଏଚ୍‌ ୧୬ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏକ ଡମ୍ଫର ଛିଡ଼ା ହୋଇଥିଲା। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡମ୍ଫରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ୩ ଜଣ ଗୁରୁତର ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking