21.1 C
Bhubaneswar
Monday, January 12, 2026
Homeଓଡିଶାଯାଜପୁର ଜିଲ୍ଲାରେ ବାତ୍ୟା "ଦାନା" ପ୍ରଭାବ ଜନିତ କ୍ଷୟକ୍ଷତି

ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ଜନିତ କ୍ଷୟକ୍ଷତି

ଯାଜପୁର: ଆଜି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବି.ଡି.ଓ, ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହିତ ବାତ୍ୟା “ଦାନା” ଜନିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ବାତ୍ୟା ଓ ଲଗାଣ ବର୍ଷା ଜନିତ କାରଣରୁ ଆଶ୍ରୟସ୍ଥଳୀରେ ଥିବା ଯେଉଁ ଲୋକମାନଙ୍କର ଘର ଅବସ୍ଥା ଖରାପ ଅଛି ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀରେ ରଖାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ଏ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀ ମାନେ ଅଞ୍ଚଳ ଗସ୍ତ କରି ପ୍ରକୃତ କ୍ଷୟ କ୍ଷତି ସମ୍ପର୍କରେ ରିପୋର୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୨୬ ତାରିଖ ଅପରାହ୍ନ ୧୨.୩୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ଜିଲ୍ଲାର ୧୦ ଟି ବ୍ଲକ୍ ୩୧୧ ଟି ପଞ୍ଚାୟତର ୧୨୧୧ ଟି ଗାଁ ପ୍ରଭାବିତ ହୋଇଛି। ୫୮,୭୧୦ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୟସ୍କ ୪୬,୯୬୮ ଜଣ ଏବଂ ଶିଶୁ ୧୧,୭୪୨ ଜଣ। ଜିଲ୍ଲାରେ ୬୧୪ ଟି ରିଲିଫ୍ ସେଣ୍ଟର୍ ରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ୪ ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ଅନୁମୋଦନ ହୋଇଛି। କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ୧୫ ଟି ସ୍ଥାନରେ ଗଛ ଭାଙ୍ଗି ପଡିଛି। ୫୮୭୭ ଟି ଗୋରୁ ଗାଈ ଓ ଗୃହପାଳିତ ପକ୍ଷୀ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨୨୭୦ ବଡ଼ ପ୍ରାଣୀ ଓ ୧୬୦୭ ଟି କ୍ଷୁଦ୍ର ପ୍ରାଣୀ ଓ ୨୦୦୦ ଟି ଗୃହପାଳିତ ପକ୍ଷୀ ଅଛନ୍ତି। ୮୩୧ ଟି ପ୍ରାଣୀ ମୃତାହତ ଥିବାବେଳେ ତନ୍ମଧ୍ୟରୁ ୧ ଟି କ୍ଷୁଦ୍ର ପ୍ରାଣୀ ଓ ୮୩୦ ଟି ଗୃହପାଳିତ ପକ୍ଷୀ ଅଛନ୍ତି। ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୧,୭୦୯ ହେକ୍ଟର ଚାଷ ଜମି କ୍ଷତି ଗ୍ରସ୍ତ ହୋଇଛି। ତନ୍ମଧ୍ୟରୁ ୧୫,୨୭୩ ହେକ୍ଟର ଧାନ ଫସଲ, ୬,୦୯୬ ହେକ୍ଟର ଅଣ ଧାନ ଫସଲ ଏବଂ ୩୪୦ ହେକ୍ଟର ପନିପରିବା ଫସଲ ବର୍ଷା ଜଳ ଦ୍ଵାରା ପ୍ରଭାବିତ ହୋଇଛି। ବାତ୍ୟା ପ୍ରଭାବରେ ସମୁଦାୟ ୧୨୧୪ ଟି ଘର କ୍ଷତି ଗ୍ରସ୍ତ ହୋଇଥିବାବେଳେ ସେଥିରୁ ୮୭୬ ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି, ୩୮ ଟି କଚ୍ଚା ଘର ସିଭିଅରଲି କ୍ଷତି ଗ୍ରସ୍ତ ହୋଇଛି, ୦୨ ଟି କଚ୍ଚା ଘର ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଥିବାବେଳେ ୪୦ ଟି କୁଡିଆ ଘର ଏବଂ ୨୫୮ ଟି ଗାଈ ଗୁହାଳ କ୍ଷତି ଗ୍ରସ୍ତ ହୋଇଅଛି। ଆଜି ଅପରାହ୍ନ ୧୨.୩୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୫୨ କୁଇଣ୍ଟାଲ୍ ଚୂଡ଼ା, ୧.୩ କୁଇଣ୍ଟାଲ ଗୁଡ଼, ୫୦ ଟି ପଲିଥିନ ରୋଲ୍ ବଣ୍ଟନ କରାଯାଇଛି। ଜିଲ୍ଲାରେ ୨୦ ଟି ମେଡିକାଲ ଟିମ୍ ଓ ୧୦ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି।ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ଯାଜପୁର ବ୍ଲକରେ ୧୪୩ ମି.ମି., ବିଂଝାରପୁର ବ୍ଲକରେ ୧୧୦ ମି.ମି., ଦଶରଥପୁର ବ୍ଲକରେ ୧୯୬ ମି.ମି., ଦାନଗଦି ବ୍ଲକରେ ୫୬.୮ ମି.ମି., ରସୁଲପୁର ବ୍ଲକରେ ୪୮.୬ ମି.ମି., ଧର୍ମଶାଳା ବ୍ଲକରେ ୭୬.୩ ମି.ମି., ବଡ଼ଚଣା ବ୍ଲକରେ ୬୫ ମି.ମି., ବରୀ ବ୍ଲକରେ ୧୪୫.୮ ମି.ମି., କୋରେଇ ବ୍ଲକରେ ୫୯.୬ ମି.ମି. ରହିଥିବାବେଳେ ସୁକିନ୍ଦା ବ୍ଲକରେ ବର୍ଷାର ପରିମାଣ ୫୪.୩ ମି.ମି. ରହିଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପକ୍ଷରୁ ଯାଜପୁର ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ତନଖି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking