29.1 C
Bhubaneswar
Monday, February 9, 2026
Homeଖେଳଏସ୍‌ଆର୍‌ଏଚ୍‌ରୁ ଓହରିଲେ ଡେଲ୍ ଷ୍ଟେନ୍

ଏସ୍‌ଆର୍‌ଏଚ୍‌ରୁ ଓହରିଲେ ଡେଲ୍ ଷ୍ଟେନ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ନିଲାମୀ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ଜୋର୍‌ଦାର ଧକ୍କା ଲାଗିଛି। ବୋଲିଂ କୋଚ୍ ଡେନ୍ ଷ୍ଟେନ୍ ଟିମ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଷ୍ଟେନ୍ ସୋସିଆଲ୍ ମିଡିଆରେ ପୋଷ୍ଟ ଜରିଆରେ ଏହି ଘୋଷଣା କରିଛନ୍ତି। ଆଗାମୀ ସିଜନ୍‌ରେ ବୋଲିଂ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ବୋଲି ଜଣାଇଛନ୍ତି।

ପୂର୍ବତନ ସାଉଥ୍ ଆଫ୍ରିକା ଫାଷ୍ଟ ବୋଲର୍ ଏହି ପୋଷ୍ଟ୍‌ରେ ଲେଖିଛନ୍ତି, ‘ବୋଲିଂ କୋଚ୍ ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ କିଛି ବର୍ଷ କାମ କରିଥିବାରୁ ବହୁତ ଧନ୍ୟବାଦ। ମାତ୍ର ଦୁର୍ଭାଗ୍ୟର ବିଷୟ ମୁଁ ଆଇପିଏଲ୍ ୨୦୨୫ ପାଇଁ ଫେରିପାରିବି ନାହିଁ।’ ତେବେ ଷ୍ଟେନ୍ ସାଉଥ୍ ଆଫ୍ରିକାର ଏସ୍‌ଏ୨୦ରେ ସନ୍‌ରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ସହିତ କାର୍ଯ୍ୟ ଜାରି ରଖିବେ ବୋଲି ଜଣାଇଛନ୍ତି। ଷ୍ଟେନ୍ ବ୍ୟକ୍ତିଗତ କାରଣ ଯୋଗୁଁ ଆଇପିଏଲ୍ ୨୦୨୪ରୁ ନାମ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ହାଇଦ୍ରାବାଦ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଷ୍ଟାର୍ କ୍ରିକେଟର୍ ଜେମ୍ସ ଫ୍ରାଙ୍କଲିନ୍‌ଙ୍କୁ ବୋଲିଂ କୋଚ୍ ନିଯୁକ୍ତ କରିଥିଲା।

ସାଉଥ୍ ଆଫ୍ରିକୀୟ ପୂର୍ବତନ ଫାଷ୍ଟ ବୋଲର୍ ଷ୍ଟେନ୍ ଆଇପିଏଲ୍‌ରେ ଡେକାନ୍ ଚାର୍ଜର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଲାୟନ୍ସ ସହ ଜଡ଼ିତ ଥିଲେ। ଶେଷଥର ପାଇଁ ସେ ୨୦୨୦ରେ ଆର୍‌ସିବି ପକ୍ଷରୁ ଖେଳିଥିଲେ। ୨୦୨୨ରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ବୋଲିଂ କୋଚ୍ ଭାବେ ଯୋଡ଼ି ହୋଇଥିଲେ। ଆଇପିଏଲ୍ ୨୦୨୪ରେ ହାଇଦ୍ରାବାଦ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଫାଇନାଲ୍ ପ୍ରବେଶ କରିଥିଲା। ତେବେ ଟାଇଟମ୍ ମୁକାବିଲାରେ ଟିମ୍‌କୁ କେକେଆର୍ ହାତରେ ପରାଜିତ ହେବାକୁ ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking