ସୁବର୍ଣ୍ଣପୁର: ତାମିଲନାଡୁରେ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ତରଭା ଥାନା ପୁଆ ଗାଁ ର ଧୁବଳେଶ୍ୱର ସେଠୀଙ୍କୁ ହତ୍ୟା । ତାମିଲନାଡୁ ଭେପାଢାଇ ରେ ହତ୍ୟା ଅଭିଯୋଗ । ଆର୍ଥିକ ଅନାଟନ ଯୋଗୁଁ ଘରକୁ ଆସିପାରୁନି ମୃତଦେହ । ଘରକୁ ଆଣିବା ପାଇଁ ପ୍ରଶାସନକୁ ଅନୁରୋଧ କଲେ ପରିବାର ଲୋକ । ନିଜର ପେଟ ଓ ପରିବାରର ବୋଝ କୁ ମୁଣ୍ଡାଇ ଦାଦନ ଖଟିବାକୁ ଯାଇଥିଲେ ଧୁବଳେଶ୍ୱର ସେଠି । ହେଲେ କିଏ ଜାଣିଥିଲା ସେଇ ଯିବା ତା ହିଁ ଶେଷ ଯିବା ହୋଇ ରହିଯିବ ବୋଲି । ତେବେ ଦାଦନ ଖଟିବାକୁ ଯାଇଥିବା ଧୁବଳେଶ୍ୱର ଙ୍କୁ କିଏ ଓ କଣ ପାଇଁ ହତ୍ୟା କଲା ତାର ସନ୍ଧାନ କିଛି ମିଳିପାରିନଥିବା ବେଳେ ମୃତଦେହ କୁ ଆଣିବା ପାଇଁ ପରିବାର ଲୋକେ ପ୍ରସାଶନ କୁ ନିବେଦନ କରିଥିବା ସୂଚନା ରହିଛି ।