19.1 C
Bhubaneswar
Tuesday, February 10, 2026
Homeଓଡିଶାମିଛ ପ୍ରଚାରର ଜବାବ ଦବୁ : ନବୀନ

ମିଛ ପ୍ରଚାରର ଜବାବ ଦବୁ : ନବୀନ

ଭୁବନେଶ୍ୱର: ବିଜେଡିର ନବମ ଥର ପାଇଁ ସଭାପତି ହେଲେ ନବୀନ । ସଭାପତି ହେବ ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ରୁଣୀ କରିରଖିଛି । ଆମର ରାଜ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ନିର୍ବାଚିତ ବନ୍ଧୁମାନଙ୍କୁ ମୂଁ ଅଭିନନ୍ଦନ ଜଣାଉଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଜୁ ଜନତା ଦଳର ସଙ୍ଗଠନକୁ କେହି ଅବୁଝା କରିବା ଉଚିତ ନୁହେଁ । ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ ଆଶା ବହୁତ ଉଚ୍ଚା ଅଛି । ସେହିମାନେହିଁ ହେଉଛନ୍ତି ଆମ ଦଳର ପ୍ରକୃତ ସେଟ ।

ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ । ଓଡିଶାବାସୀଙ୍କ ସଶକ୍ତ ଆମର  ଲକ୍ଷ୍ୟ । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତ ଆମର  ଲକ୍ଷ୍ୟ । ଗାଁ ଉନ୍ନତି ଆମର ଲକ୍ଷ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡିଶାର ହକ୍‌ ପାଇଁ ଆମର ଲଢେଇ ଜାରି ରହିବ । ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ । ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ । ବିଜେଡି ଅଧିକ ଲୋକପ୍ରିୟ ଭୋଟ ପାଇଥିଲେ ମଧ୍ୟ ଆମେ ଗତ ନିର୍ବାଚନକୁ କମ୍ ଭୋଟରେ ହାରିଥିଲୁ। କାରଣ ଆମେ ମିଥ୍ୟା ପ୍ରଚାର କୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିନଥିଲୁ । ଏବେ ମଧ୍ୟ ମିଥ୍ୟା ପ୍ରଚାର ବିଜେଡି ବିରୋଧରେ କରାଯିବା ହେଉଛି ମୁଖ୍ୟ ରଣନୀତି। ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଆମକୁ ସୋସିଆଲ ମିଡିଆର ଉପସ୍ଥିତିକୁ ଦୃଢ଼ ଭାବରେ ଉନ୍ନତ କରିବାକୁ ପଡିବ। ତଥ୍ୟ କହିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବା ଉଚିତ ଏବଂ ପ୍ରଯୁକ୍ତିବିଦ୍ୟା ବିନା ଆମେ ଲୋକଙ୍କ ପାଖରେ ପହଞ୍ଚିପାରିବା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking