26.1 C
Bhubaneswar
Sunday, October 20, 2024
Homeଓଡିଶାମାଡ଼ି ଆସୁଛି ବାତ୍ୟା 'ଦାନା' : ୧୦୦ରୁ ୧୨୦ କି.ମି ବେଗରେ ବହିବ ପବନ, ବର୍ଷା...

ମାଡ଼ି ଆସୁଛି ବାତ୍ୟା ‘ଦାନା’ : ୧୦୦ରୁ ୧୨୦ କି.ମି ବେଗରେ ବହିବ ପବନ, ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ‘ଦାନା’ । ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ । ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପର ରୂପ ନେବ । ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୨୨ ତାରିଖ ସକାଳ ସୁଦ୍ଧା ଅବପାତ ରୂପ ନେବ ଲଘୁଚାପ । ପରେ ୨୩ ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଲଘୁଚାପ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ପହଞ୍ଚିବ ବା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷା । ୩ ଦିନ ଅର୍ଥାତ ୨୩ରୁ ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ୨୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ରହିବ । ଯାହାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking