15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବାତ୍ୟା ତାମିଲନାଡୁ ମୁଁହା: ଆଇଏମଡି

ବାତ୍ୟା ତାମିଲନାଡୁ ମୁଁହା: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ। ଉତ୍ତର ଉତ୍ତରପଶ୍ଚିମ ଆଡେ ଘଣ୍ଟାକୁ ୧୨ କିମି ବେଗରେ ଗତି କରୁଛି । ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇ ଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ । ଉତ୍ତର ଉତ୍ତରପଶ୍ଚିମ ଆଡେ ଗତି କରି ୨୭ ସୁଦ୍ଧା ବାତ୍ୟା ରୂପ ନେବ। ପରବର୍ତ୍ତୀ ୨ ଦିନରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରିବ। ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା । ସେହିପରି ଆଜି ତାମିଲନାଡୁ ଡେଲ୍ଟା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଉପକୂଳବର୍ତ୍ତୀ ଡେଲଟାରେ ପାଣିପାଗ ବିଭାଗ ଦ୍ୱାରା ରେଡ୍ ଆଲର୍ଟ ଜାରି କରାଯାଇଥିଲା । ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍, ତିରୁଭର ଏବଂ କରାଇକାଲ ପରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପ୍ରବଳ ବର୍ଷା ହୋଇଥିବା ବେଳେ , ପୁଡୁକୋଟ୍ଟାଇ, ଥାନଜାଭୁର ଏବଂ ତିରୁଚିରେ ମଧ୍ୟମ ଧରଣର ରହିଛି। ବର୍ଷା ଯୋଗୁଁ ଜିଲ୍ଲାଗୁଡ଼ିକରେ ପ୍ରଭାବିତ ହୋଇଛି ।ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏ ନେଇ ସବୁଠି ସ୍କୁଲ , କଲେଜ ଛୁଟି ଘୋଷଣା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking