ଭୁବନେଶ୍ୱର: ମୋନ୍ଥା ଦ୍ୱାରା ୩୩ ବ୍ଲକ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି, ୩୬୨ ଫ୍ରି କିଚେନରେ ୧୮ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । କାଲିଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ । କିଛି ସ୍ଥାନରେ ଘର କ୍ଷତି ହେବାର ସୂଚନା ମିଳିଛି । ରିପୋର୍ଟ ଆସିବା ମାତ୍ରେ ସରକାର କ୍ଷତିପୂରଣ ଦେବେ । ମୋଟ ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ । ୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା । ଭଗବାନଙ୍କ ଆଶୀର୍ବାଦରୁ ପ୍ରକୋପ ବେଶୀ ହେଲା ନାହିଁ । ଓଡିଶା ସୀମା ଛୁଇଁ ବାତ୍ୟା ପଳାଇଗଲା ।










