24.1 C
Bhubaneswar
Monday, March 23, 2026
Homeଓଡିଶାବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଞ୍ଜମ, ଗଜପତି, କେନ୍ଦୁଝର, ରାୟଗଡ଼ା ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ରହିଛି। ବର୍ଷା ଯୋଗୁଁ ଦୁର୍ବଳ ନଦୀବନ୍ଧ ଅନୁଧ୍ୟାନ କରିବା ସହିତ ମରାମତି ଦିଗରେ ତ୍ବରିତ ପଦ‌େକ୍ଷପ ନେବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଜିଲାପାଳମାନେ ନଦୀବନ୍ଧ ମରାମତି ସହିତ ତୁରନ୍ତ ଘାଇ ମରାମତି କରିବା ପାଇଁ ପର୍ଯ୍ୟାପ୍ତ ବାଲିବସ୍ତା, ବାଉଁଶ ସମେତ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ରିଲିଫ ଆୟୁକ୍ତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ ସେ ଉଭୟ ଜିଲାପାଳ ଓ ନଗର ନିଗମର ଆୟୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ୨୬ତାରିଖରୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡି ଯିବେ ନାହିଁ, ସେ ଦିଗରେ ଜିଲାପାଳମାନେ ଯତ୍ନବାନ ରହିବାକୁ ଆୟୁକ୍ତ ପରାମର୍ଶ ଦେଇଛନ୍ତି। ସେହିପରି ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ମୋଟରପମ୍ପ ମହଜୁଦ ରଖିବାକୁ ସେ ନଗର ନିଗମର ଆୟୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking