17.1 C
Bhubaneswar
Wednesday, February 4, 2026
Homeଓଡିଶାବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଘନେଇଲାଣି ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଘନେଇଲାଣି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଏକ ଘୂର୍ଣ୍ଣିବଳୟ। ଷ୍ଟ୍ରିଟ୍ ଅଫ୍ ମଲକ୍କାରେ ଘୂର୍ଣ୍ଣିବଳୟଟି ସମୁଦ୍ରପତ୍ତନ ଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଯାହା ପ୍ରଭାବରେ ଆସନ୍ତା ୨୨ତାରିଖରରେ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ଏହା ଅବପାତ ରୂପ ନେବା ପରେ ଘନୀଭୂତ ହୋଇ ଆହୁରି ବଳ ସଂଗ୍ରହ କରିବାର ଆକଳନ କରାଯାଉଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଅମଳ ସମୟ ଆରମ୍ଭ ହୋଇଥିବା ବେଳେ ଲଘୁଚାପକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପାଇଁ ଆସନ୍ତା ୨୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ।

୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ ଘଣ୍ଟାରେ ଅର୍ଥାତ ୨୬ ତାରିଖ ବେଳକୁ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।ଅନ୍ୟପଟେ ବାତ୍ୟାକୁ ନେଇ ବି ଘନେଇଲାଣି ଆଶଙ୍କା। ଯଦିଓ ପାଣିପାଗ ବିଭାଗ ବାତ୍ୟା ସଂପର୍କରେ ସ୍ପଷ୍ଟ କରିନି, ହେଲେ ଶୀତଦିନ ସାଙ୍ଗକୁ ଅମଳ ସମୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ବାତ୍ୟା ହେବ କି ନହେବ ଏବେଠୁ କହି ହେଉନି। ସଂକେତ ମିଳିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ହେଲେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରଟି ବାତ୍ୟା ହେବ ନା ନାହଁ , ବାତ୍ୟା ହେଲେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ନା ଓଡ଼ିଶା, କେଉଁ ରାଜ୍ୟ ମୁହାଁ ହେବ? ଏସବୁ ପ୍ରଭାବରେ ବର୍ଷାର ପରିମାଣ କେଉଁ ଜିଲ୍ଲାରେ କେତେ ରହିବ? ଆଇଏମ୍‌ଡି ପକ୍ଷରୁ ଏବେଠୁ ଏନେଇ ଆକଳନ କରାଯାଇ ନଥିଲା ବେଳେ କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପକ୍ଷରୁ ୨୭-୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟାର ପୂର୍ବାନୁମାନ ଭୟ ବଢ଼ାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking