33.1 C
Bhubaneswar
Wednesday, March 25, 2026
Homeଓଡିଶାବଙ୍ଗୋପସାଗରରେ ମାଡ଼ିଆସୁଛି ବାତ୍ୟା ‘ଡିଟୱା’

ବଙ୍ଗୋପସାଗରରେ ମାଡ଼ିଆସୁଛି ବାତ୍ୟା ‘ଡିଟୱା’

-ଦକ୍ଷିଣ ଓ ଉପୂକଳ ଓଡ଼ିଶାରେ ବର୍ଷା ଆଶଙ୍କା
-ରାଜ୍ୟକୁ ପୁଣି ଫେରିଲା ଶୀତ

ଭୁବନେଶ୍ୱର: ୨୪ ଘଣ୍ଟାରେ ସେକେଣ୍ଡ ସାଇକ୍ଲୋନ୍ । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ବାତ୍ୟା । ମାଲାକ୍କା ପ୍ରଣାଳୀରେ ସୃଷ୍ଟ ବାତ୍ୟା ‘ସେନୟାର’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଥିବା ବେଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି। ‘ଡିଟୱା’ ନାଁରେ ନାମିତ ଏହି ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଚେନ୍ନାଇଠାରୁ ୭୦୦ କିଲୋମିଟର ଏବଂ ପୁଡୁଚେରୀଠାରୁ ୬୧୦ କିଲୋମିଟର ଦୂରରେ ରହିଛି । କ୍ରମେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଉତ୍ତର ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ର ଉପକୂଳରେ ପହଞ୍ଚିବ। ଭାରତ କିମ୍ବା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା ବାତ୍ୟା ‘ସେନୟାର’ । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ‘ଡିଟୱା’ର ପ୍ରଭାବରେ ଶ୍ରୀଲଙ୍କା ସହ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ। ଓଡ଼ିଶାରେ ଏହାର ପ୍ରଭାବ ରହିବା ସମ୍ଭାବନା କମ୍‌। ତେବେ ଦକ୍ଷିଣ ଓ ଉପୂକଳବର୍ତ୍ତୀ ଓଡ଼ିଶାରେ ପାଗ ମେଘୁଆ ରହିପାରେ। ପାଖାପାଖି ମାସେ ତଳେ ବାତ୍ୟା ମୋନ୍ଥା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇଥିଲା। ଏଥିଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଯଦିଓ ବାତ୍ୟା ‘ଡିଟୱା’ ଓଡ଼ିଶାର ପାଗକୁ ପ୍ରଭାବିତ କରିବା ଆଶା କମ୍ ତଥାପି ଚାଷୀ ଭୟଭୀତ ହୋଇପଡ଼ିଛି। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନ ଥିବା ବେଳେ ପୁଣି ଥରେ ଶୀତ ଫେରିଛି। ୧୦ ଡିଗ୍ରୀ ତଳେ ୬ ସ୍ଥାନ ରହିଛି । ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking