30.1 C
Bhubaneswar
Thursday, February 12, 2026
Homeଓଡିଶାମାଡି ଆସୁଛି ବାତ୍ୟା ‘ଦାନା’: ଲ୍ୟାଣ୍ଡଫଲ ନେଇ ଉପକୂଳ ଜିଲ୍ଲାରେ ଆତଙ୍କ

ମାଡି ଆସୁଛି ବାତ୍ୟା ‘ଦାନା’: ଲ୍ୟାଣ୍ଡଫଲ ନେଇ ଉପକୂଳ ଜିଲ୍ଲାରେ ଆତଙ୍କ

ଭୁବନେଶ୍ୱର: ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ‘ଦାନା’ । ଯାହାର ପ୍ରଭାବ ଗତକାଲି (ବୁଧବାର)ଠାରୁ ରାଜ୍ୟରେ ଅନୁଭୂତ ହୋଇଛି । ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ । ଆଜି (୨୪ ଅକ୍ଟୋବର) ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ଯାହା ଆସନ୍ତାକାଲି (୨୫ ଅକ୍ଟୋବର) ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହାରି ଭିତରେ ରାଜ୍ୟ ସରକାର ଜିରୋ କାଜୁଆଲିଟି ମିଶନ ଲକ୍ଷ୍ୟ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ସେପଟେ ଆକ୍ସନ ମୋଡରେ ଦାୟିତ୍ୱରେ ଥିବା ମନ୍ତ୍ରୀ ଘନ ଘନ ବାତ୍ୟା ସମୀକ୍ଷା କରୁଛନ୍ତି ।

କେଉଁ ଜିଲ୍ଲାରେ କେମିତି କରାଯାଇଛି ପ୍ରସ୍ତୁତି ଦେଖନ୍ତୁ ନିମ୍ନରେ । ‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହାସହ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking