26.1 C
Bhubaneswar
Thursday, December 18, 2025
Homeଓଡିଶାକାର୍ ଧକ୍କାରେ ସାଇକେଲ ଆରୋହୀ ମୃତ

କାର୍ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲୁଗାଁ: ସୋମବାର ଅପରାହ୍ନରେ ୧୬ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ ମଠପାଟଣା ଛକଠାରେ ଏକ କାର୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ମଠ ପାଟଣା ଗ୍ରାମର ବିଭୁତି ଭୂଷଣ ପଟ୍ଟଯୋଶୀ। ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିବା ଫଳରେ ଦୀର୍ଘ ୩ ଘଣ୍ଟା ସମୟ ଧରି ଯାନବାହାନ ଚଳାଚଳ ସମ୍ପୂର୍ଣ ବ୍ୟାହତ ହୋଇଥିଲା। ଘଟଣାରୁ ପ୍ରକାଶ, ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ମଠପାଟଣା ଗ୍ରାମର ବିଭୁତି ନିଜ ସାଇକେଲ ଯୋଗେ ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଇଣ୍ଡିକା କାର୍ ଦ୍ରୁତଗତିରେ ଆସି ସାଇକେଲକୁ ଧକ୍କାଦେବା ଫଳରେ ବିଭୁତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ପୂର୍ବରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ହେତୁ ସେଠାରେ ଏକ ଫୁଟ୍ ଓଭର ବ୍ରିଜ୍‌, ହମ୍ପ୍‌ସ ନିର୍ମାଣ ଏବଂ ଆଲୋକୀକରଣ ସହ କ୍ଷତିପୂରଣ ଦାବି ନେଇ ରାସ୍ତାରେ ଟାୟାର ଜାଳି ଗ୍ରାମବାସୀ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା, ବାଲୁଗାଁ ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା, ରମେଶ ଦେବତା, ବ୍ଲକ ଚେୟାରମ୍ୟାନ ଅମରେନ୍ଦ୍ର ରଣସିଂହ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାରେ ରାସ୍ତା ଅବରୋଧ ହଟି ଯାତାୟତ ସ୍ୱାଭାବିକ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking