କଟକ: କଟକରେ ଜଣ୍ଡିସ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କହିଲେ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର । କଟକରେ ଏବେ ୨୦ ପରିବାର ଜଣ୍ଡିସରେ ଆକ୍ରାନ୍ତ ଅଛନ୍ତି । ନାଳ ନର୍ଦ୍ଦମା ସଫା ହେଉନି । ପିଇବା ପାଣିରେ ମିଶୁଛି ଡ୍ରେନ ପାଣି । ସୂଚନାଥାଉକି, କିଛି ଦିନ ତଳେ କଟକରେ କିଛି ଅଞ୍ଚଳର ବାସିନ୍ଦା ଜଣ୍ଡିସ ଆକ୍ରାନ୍ତରେ ଶିକାର ହୋଇଥିଲେ । ଏନେଇ କଟକ ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ ।










