26.1 C
Bhubaneswar
Wednesday, March 18, 2026
Homeଓଡିଶାକଟକ ଜିଲ୍ଲା କଂଗ୍ରେସ ରାଜ୍ୟରେ ଉଦାହରଣ ସୃଷ୍ଟି କରିବ : ଭକ୍ତ

କଟକ ଜିଲ୍ଲା କଂଗ୍ରେସ ରାଜ୍ୟରେ ଉଦାହରଣ ସୃଷ୍ଟି କରିବ : ଭକ୍ତ

ଭୁବନେଶ୍ବର: ସଂଗଠନ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋର୍ଷ ନିଲମ୍ବନ ଓ କଟକ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ କଂଗ୍ରେସ ଦଳ ବହିଷ୍କାର କରିବା ପରିପେକ୍ଷୀରେ କଟକ କଂଗ୍ରେସ ଦଳ ପକ୍ଷରୁ ସାଙ୍ଗଠନିକ ତତ୍ପରତା ପ୍ରକାଶ ପାଇଛି। ଆଜି କଂଗ୍ରେସ ଭବନଠାରେ କଟକ ଜିଲ୍ଲା ପାଇଁ ନୂତନ ସଭାପତି ନିଯୁକ୍ତ ତଥା ସମସ୍ତ ସାଙ୍ଗଠନିକ ଗଠନକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱ ଏକ ବିଚାର ବିମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କଟକ ଜିଲ୍ଲାର ସମସ୍ତ ନେତା ଏବଂ କର୍ମକର୍ତ୍ତା ବାରବାଟୀ ବିଧାୟିକା ଏବଂ ଜିଲ୍ଲା ସଭାନେତ୍ରୀଙ୍କ ଦଳ ବିରୋଧୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନର ସମର୍ଥନ କରିଥିଲେ। ସାଙ୍ଗଠନିକ ପୁନଃର୍ଗଠନ ନିମନ୍ତେ ସଭାପତି ଶ୍ରୀ ଦାସ ସମସ୍ତଙ୍କ ମତାମତ ଓ ପ୍ରସ୍ତାବ ଲୋଡ଼ିଥିଲେ ଓ କଟକ କଂଗ୍ରେସକୁ ରାଜ୍ୟରେ ଉଦାହରଣ ସୃଷ୍ଟି କରିବା ପାଇଁ ପାଇଁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଗୁରୁତ୍ୱପୂର୍ଣ ସାଙ୍ଗଠନିକ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ନେତୃବୃନ୍ଦ ସୁରେଶ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ମାନସ ଚୌଧୁରୀ, ସିର୍ଦ୍ଧାଥ ସ୍ବରୂପ ଦାଶ, ଦେବାଶିଷ ପଟ୍ଟନାୟକ, ବିଶ୍ବଜିତ ଦାସ, ବିପ୍ଳବ ଶିଲାଦିତ୍ୟ, ଶିବ କୁମାର ଅଗ୍ରଓ୍ବାଲ, ଅଶୋକ କୁମାର ସ୍ବାଇଁ, ଜଗନ୍ନାଥ ସାହୁ, ହରିଶଙ୍କର ରାଉତ, ବିଶ୍ବଜିତ ମହାନ୍ତି, ମାନସ ପରିଡ଼ା, ଉତ୍ତମ ଚନ୍ଦ୍ର ବେହେରା, ଅଜୟ ଦାସ, ବିପିନ ପଶାୟତ, ଉମାକାନ୍ତ ସାହୁ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking