25.1 C
Bhubaneswar
Saturday, December 6, 2025
Homeଓଡିଶାକଟକ ବକ୍ସି ବଜାର ହତ୍ୟା ଘଟଣା: ସମ୍ପତ୍ତି ବିକ୍ରିକୁ ନେଇ ହତ୍ୟାକାଣ୍ଡ

କଟକ ବକ୍ସି ବଜାର ହତ୍ୟା ଘଟଣା: ସମ୍ପତ୍ତି ବିକ୍ରିକୁ ନେଇ ହତ୍ୟାକାଣ୍ଡ

କଟକ: କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍ । ଏହି ଜଘନ୍ୟ ହତ୍ୟା ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । କମିସନରେଟ୍ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରି । ସମ୍ପତ୍ତି ବିକ୍ରିକୁ ନେଇ ନିଜ ଭାଇକୁ ମାରିଥିଲା ଭାଇ । ପରିବାର ଭିତରେ ସମ୍ପତ୍ତି ବିକ୍ରିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଡିସିପି ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ୨ ଦିନ ତଳେ କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସର ପାୟଲ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ । ଏହି ଘଟଣାରେ ଆଉ ଜଣ ଅଭିଯୁକ୍ତ ଏବେବି ଫେରାର ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking