15.1 C
Bhubaneswar
Friday, January 16, 2026
Homeଓଡିଶାଆଉ ଏକ ଦିନ ବଢ଼ିଲା କଟକ ବାଲିଯାତ୍ରା

ଆଉ ଏକ ଦିନ ବଢ଼ିଲା କଟକ ବାଲିଯାତ୍ରା

କଟକ : ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍‌ଯାପନ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି।

ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ନବମ ଦିବସରେ ଉଦଯାପନ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବାଲିଯାତ୍ରାକୁ ଉଦଘାଟନ କରିଥିଲେ । ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଏହି ଐତିହାସିକ ବାଲିଯାତ୍ରାକୁ ‘ୟୁନେସ୍କୋ’ ମାନ୍ୟତା ଦେବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।

କଟକ-ଭୁବନେଶ୍ୱରକୁ ଦ୍ୱେତନଗରୀ ମାନ୍ୟତା ଦିଆଯାଇ ଉଭୟ ସହରର ବିକାଶ କରାଯିବ। ବାଲିଯାତ୍ରା ହେଉଛି ଓଡ଼ିଶାର ଇତିହାସ ଆଉ ସମୃଦ୍ଧ ନେବାଣିଜ୍ୟର ପ୍ରତୀକ। ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ବିଦେଶ ସହ ସଂପର୍କ ସ୍ଥାପନର ଏକ ମାଧ୍ୟମ ଥିଲା। ତେଣୁ ବାଲିଯାତ୍ରାକୁ ଅଧିକରୁ ଅଧିକ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି। ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ଦେବା ପାଇଁ ସରକାର ପଦକ୍ଷେପ ନେଇ ସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking