ଭୁବନେଶ୍ୱର: କରୋନାକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଆଇସିଏମଆର ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ଭାରିଏଣ୍ଟରେ ସିଭିଅରିଟି ନାହିଁ । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଥିବା ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ସଚିବ । ଭୟଭୀତ ନହୋଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଆଉ ଏକ ମାମଲା ସାମ୍ନାକୁ ଆସିଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂପୃକ୍ତ ବ୍ୟକ୍ତି ଆଣ୍ଟିଜେନ ପରୀକ୍ଷାରେ କୋଭିଡ ଚିହ୍ନଟ ହୋଇଛନ୍ତି । ତାଙ୍କର ଆରଟିପିସିଆର ପରୀକ୍ଷା ପାଇଁ ଦିଆଯାଇଛି । ଏହାପରେ ଏହି ମାମଲାକୁ ସ୍ପଷ୍ଟ କରାଯାଇପାରିବ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।