ଭୁବନେଶ୍ୱର: ନିଲମ୍ବିତ ହେଲେ କଟକ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ । ବିଜୟ ବାରିକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସୂଚନାଯୋଗ୍ୟ, ଗତକାଲି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ କଟକ ସିଆରଆରଆଇ ଥାନାର ଆଇଆଇସି। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନଠାରୁ ଲାଞ୍ଚ ନେବା ବେଳେ ଗିରଫ ହୋଇଥିଲେ ବାରିକ। ଗିରଫ ପରେ, ବାରିକଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଥିଲା ଭିଜିଲାନ୍ସ। ତଲାସି ସମୟରେ ଭୁବନେଶ୍ୱରର ୟୁନିଟ୍ ୧ ସରକାରୀ କ୍ୱାର୍ଟରରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲେ।









