30.1 C
Bhubaneswar
Friday, February 13, 2026
Homeଓଡିଶାଭସାଣି ପାଇଁ ଭୁବନେଶ୍ୱରରେ ଭିଡ

ଭସାଣି ପାଇଁ ଭୁବନେଶ୍ୱରରେ ଭିଡ

ଭୁବନେଶ୍ୱର : ଭସାଣି ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା । ଆଜି ଦେବୀ ଦୁର୍ଗାଙ୍କର ମେଲାଣି ଥିବାରୁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ । ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ସହିଦ୍ ନଗରରେ ଭସାଣି ଯାତ୍ରା ଚାଲିବା ବେଳେ କୌଣସି ଯାନବାହନ ବାଣୀବିହାର ପଟୁ ରୂପାଲି ଛକ ଆଡକୁ ଯାଇପାରିବେ ନାହିଁ। ସେହି ଗାଡିଗୁଡିକ ବାଣୀବିହାର ଠାରୁ ସିଧା ଆଚାର୍ୟ୍ୟ ବିହାର ଦେଇ ଯାଇପାରିବେ। ଭସାଣି ବେଳେ ଜନପଥ ରାସ୍ତାରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ସେହି ଗାଡି ଗୁଡିକ ସଚିବାଳୟ ମାର୍ଗ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇପାରିବେ।

ନୟାପଲ୍ଲୀରେ ଭସାଣି ଚାଲୁଥିବା ସମୟରେ ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡିକ ସିଆରପି ଛକଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ। ଚନ୍ଦ୍ରଶେଖରପୁରରେ ଭସାଣି ବେଳେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହନ ଯିବାକୁ ଦିଆଯିବ ନାହିଁ। ସେହି ଗାଡି ଗୁଡିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନ ଗୁଡିକ ଫାୟାର ଷ୍ଟେସନ୍ ଛକଠାରୁ ଫ୍ଲାଏ ଓଭର ବ୍ରିଜ୍ ଦେଇ ଯାଇପାରିବେ। ସେମାନଙ୍କୁ ସର୍ଭିସ୍ ରୋଡରେ ଯିବାକୁ ଦିଆଯିବ ନାହିଁ। ତେବେ ଭସାଣି ବେଳେ ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ଅନୁମତି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking