ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଜମା ହେବନି କହିଲେ ପ୍ରମିଳା ମଲ୍ଲିକ । ରାଜ୍ୟସଭା ନିର୍ବାଚନ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । କିନ୍ତୁ ଆମ ଦଳ ଏକାଠି ଅଛି, କ୍ରସ ଭୋଟିଂ ଜମା ହେବନି । କିଛି ଦିନ ପରେ ରାଜ୍ୟସଭା ନିର୍ବାଚନ । ଚତୁର୍ଥ ସିଟ ପାଇଁ ବିରୋଧୀ ଶାସକଙ୍କ ଲାଗିଛି ଛକା ପଞ୍ଝା । କିଏ ହାତେଇବ ଚତୁର୍ଥ ସିଟ । ଏପଟେ ୱାନ ଟୁ ୱାନ କରି ବିଧାୟକଙ୍କୁ ଭେଟିଛନ୍ତି ଦତ୍ତେଶ୍ୱର ହୋତା । ସମସ୍ତକଙ୍କ ସମର୍ଥକ ଲୋଡିଛନ୍ତି ଦତ୍ତେଶ୍ୱର । ଦିଲ୍ଲୀପ ରାୟ ମଧ୍ୟ ଜିତିବେ ବୋଲି ପୂର୍ଣ୍ଣ ବିଶ୍ୱାସରେ ବିଜେପି କହି ଆସୁଛି । ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ।










