ଭୁବନେଶ୍ୱର: ଆଶଙ୍କା ସତ ହୋଇଛି। ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି। ଏଥିରୁ ବିଜେଡିରୁ ୬, କଂଗ୍ରେସରୁ ୩ ଓ ବିଜେଡିରୁ ନିଲମ୍ବିତ ୨ ସଭ୍ୟ ଅନ୍ତର୍ଭୁକ୍ତ। ବିଜେଡି ନେତା ପ୍ରତାପ ଦେଓ ମଧ୍ୟ ତାଙ୍କ ଦଳରୁ ୬ ଜଣ କ୍ରସ୍ ଭୋଟିଂ କରିଥିବା କଥା ମାନିଛନ୍ତି। ଅନୁମାନ କରାଯାଇଛି ଯେ ନିମ୍ନରେ ପ୍ରଦତ୍ତ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ଭିତରୁ କିଛି ସଦସ୍ୟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।
କଂଗ୍ରେସ ବିଧାୟକ
– ୧. ରମେଶ ଜେନା
– ୨. ଦାଶରଥୀ ଗମାଙ୍ଗ
– ୩. ସୋଫିଆ ଫିର୍ଦ୍ଦୋଷ
ବିଜେଡି ବିଧାୟକ
-୧. ଚକ୍ରମଣି କହଁର
– ୨. ସୌଭିକ ବିଶ୍ୱାଳ
– ୩. ନବ କିଶୋର ମଲ୍ଲିକ
– ୪. ସୁବାସିନୀ ଜେନା
– ୫. ଦେବୀ ରଂଜନ ତ୍ରିପାଠୀ
– ୬. ରମାକାନ୍ତ ଭୋଇ
ବିଜେଡ଼ି ନିଲମ୍ବିତ ବିଧାୟକ
– ୧. ସନାତନ ମହାକୁଡ଼
– ୨. ଅରବିନ୍ଦ ମହାପାତ୍ର










