ନୂଆଦିଲ୍ଲୀ : ମୁମ୍ବାଇରୁ ଏକ ଆଶ୍ଚଯ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଦକ୍ଷିଣ ମୁମ୍ବାଇର ଏକ ଦୋକାନରୁ ୨. ୪ କୋଟିଟଙ୍କାର ସୂନା ଚୋରି ହୋଇଥିଲା ତା ସହିତ ନଗଦ କିଛି ଟଙ୍କା ଚୋରି ହୋଇଥିଲା । ା ବର୍ତ୍ତମାନ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ନାଁ ଚନ୍ଦ୍ରଭାନ ପଟେଲ । ବୟସ ୩୬ ବର୍ଷ । ସେ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ଡିସେମ୍ବର ୧୮ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଜଣେ ୬୫ ବର୍ଷୀୟ ବ୍ୟବସାୟୀ ତାଙ୍କ ଦୋକାନ ଭଙ୍ଗାଯିବା ନେଇ ଭିପି ରୋଡ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରି ତଦନ୍ତ କରୁଛି । ସୂଚନା ଅନୁସାରେ ଗତ ୬ ମାସ ମଧ୍ୟରେ ୧୨୭ଟି ମୋବାଇଲ ଜବତ କରିଛି । ଦେଶର ବିଭିନ୍ନ ସ୍ଥାନରୁ ମୋବାଇଲ ଜବତ ହେବା ପରେ ସେମାନଙ୍କ ପଞ୍ଜୀକୃତ ମାଲିକଙ୍କ ନିକଟକୁ ଫେରାଇ ଦିଆଯାଇଥିଲା ।