ଭୁବନେଶ୍ୱର : ଫସଲବୀମା ନେଇ ବୀମା କମ୍ପାନିଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀଙ୍କୁ ହଇରାଣ କଲେ କଡା କାଯ୍ୟାନୁଷ୍ଠାନ ନେବେ ସରକାର । ଫସଲବୀମା ନିୟମ କମ୍ପାନି ଲାଭ ପାଇଁ ନୁହେଁ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବୀମା କମ୍ପାନି ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । ବେଆଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି । ଆହୁରି କହିଛନ୍ତି ମଣ୍ଡି ଖୋଲିବା ସୂଚୀ ଆସିବ । ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଫଳରେ ମଣ୍ଡି ଖୋଲିବା ତାରିଖ ଘୁଞ୍ଚାଇବାକୁ ପଡିଛି ।