ଖୋର୍ଦ୍ଧା : ଖୋର୍ଦ୍ଧା ବନ ଖଣ୍ଡ ବେଗୁନିଆ ବ୍ଲକ ବାମଡିହରେ ହାତୀପଲକୁ ନେଇ ଆତଙ୍କ। ଫସଲ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ। ହାତୀପଲ ପାଇଁ ଅନେକ ଗାଁ ଅନ୍ଧାରରେ। ୫୭ ନମ୍ବର ଜାତୀୟ ରାଜପଥ ନିକଟବର୍ତୀ ଅଂଚଳରେ ହାତୀପଲ ରହିଛନ୍ତି । କିଛି ଦିନ ଧରି ୧୬ଟିକିଆ ହାତୀପଲ ବିଭିନ ଗାଁକୁ ପଶି ଆତଙ୍କ ଖେଳାଇ ଆସୁଛନ୍ତି । ରାଉତପଡା, ପରିଚ୍ଛଳ, କଣିପାରି ଅଂଚଳ ପରେ ଏବେ ବାମଡ଼ିହ ସିମୋର ଅଂଚଳ ମୁହାଁ ହୋଇଛି ହାତୀପଲ। ବନବିଭାଗ କେବଳ ଡ୍ରୋନ ସାହାଯ୍ୟରେ ଗତିବିଧି ଦେଖୁଥିବା ବେଳେ ଏହା ଭିତରେ ୨୦ରୁ ଅଧିକ ଦିନ ବିତିଗଲାଣି । ହେଲେ ହାତୀଭୟରୁ ମୁକୁଳି ପାରୁନାହାନ୍ତି ଗ୍ରାମବାସୀ ।