କୋଣାର୍କ: ଚନ୍ଦ୍ରଭାଗାରୁ ଆସିଛି ଏକ ବଡ ଖବର ସମୁଦ୍ର କୂଳରେ ଘଡ଼ିଆଳ କୁମ୍ଭୀର ଆତଙ୍କ । ଏକ ବିଶାଳ ଘଡ଼ିଆଳ ପ୍ରଜାତିର କୁମ୍ଭୀର ବୁଲୁଥିବା ଜାଣିପଡ଼ିଛି । କୁମ୍ଭୀରକୁ ଧରିବା ପାଇଁ ପୁରୀ ଜିଲ୍ଲା ବନ ବିଭାଗ ଅଧିକାରୀ ସମେତ ବନ କର୍ମଚାରୀ ସାମିଲ ହୋଇଛନ୍ତି । ନନ୍ଦନକାନନରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାର କାରି ଦଳ ସମୁଦ୍ର କୂଳରେ ପହଞ୍ଚି କୁମ୍ଭୀରକୁ ଧରିବାକୁ ପ୍ରୟାସ କରୁଛନ୍ତି । ୭ ଘଣ୍ଟା ଧରି ବନ ବିଭାଗର ଅଧିକାରୀ ଘଡ଼ିଆଳ କୁମ୍ଭୀରକୁ ଖୋଜିବାରେ ଲାଗିଛନ୍ତି ।