କେନ୍ଦ୍ରପଡା: କେନ୍ଦ୍ରପଡାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀରକୁ ନେଇ ଭୟ ବୃଦ୍ଧି ପାଇବାରେ ଲାଗିଛି । ଚଉଦ କୁଲାଟ ଅଞ୍ଚଳରେ ବୁଲୁଛନ୍ତି ବହୁ କୁମ୍ଭୀର । ବ୍ରାହ୍ଣଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀର ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତିରେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।










