14.1 C
Bhubaneswar
Saturday, December 6, 2025
Homeଓଡିଶାମହିଳାଙ୍କୁ ଟାଣିନେଲା କୁମ୍ଭୀର: ଖୋଜାଖୋଜି ପରେ ମୃତଦେହ ଉଦ୍ଧାର

ମହିଳାଙ୍କୁ ଟାଣିନେଲା କୁମ୍ଭୀର: ଖୋଜାଖୋଜି ପରେ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ନଦୀକୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । ଗତକାଲି ଠାରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହେଇଛି ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା  ଗୋବରୀ ନଦୀ କୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା ।  ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି ।  ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି  ।  ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।  ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking