19.1 C
Bhubaneswar
Tuesday, February 3, 2026
Homeଓଡିଶାଆସନ୍ତାକାଲିଠୁ ଭିତରକନିକା ବନ୍ଦ

ଆସନ୍ତାକାଲିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡା: କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଆସନ୍ତାକାଲିଠୁ ୧୦ ତାରିଖ ଯାଏଁ ୩ ଦିନ ଧରି ବନ୍ଦ ରହିବ । ଭିତରକନିକାର ନଦୀ, ନାଳ ମାନଙ୍କରେ ବଉଳା କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଆଜି କୁମ୍ଭୀର ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ଆସନ୍ତାକାଲିଠୁ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ କୁମ୍ଭୀର ଗଣନା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking