28.1 C
Bhubaneswar
Sunday, January 19, 2025
Homeଓଡିଶାଭିତରକନିକାରେ କୁମ୍ଭୀର ଓ ପକ୍ଷୀ ଗଣନା

ଭିତରକନିକାରେ କୁମ୍ଭୀର ଓ ପକ୍ଷୀ ଗଣନା

ରାଜନଗର: ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା । ଭିତରକନିକା ସମେତ ରାଜନଗର ବନଖଣ୍ଡ ଅଧୀନ ୫ଟି ରେଞ୍ଜର ନଦୀ ନାଳରେ ଥିବା କୁମ୍ଭୀରମାନଙ୍କୁ ଗଣନା କରାଯାଉଛି । ବନବିଭାଗ ତରଫରୁ ୨୨ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୭ ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ପ୍ରାଣୀ ବୈଜ୍ଞାନିକମାନଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ କରାଯାଇଛି । ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି । ଖବର ଅନୁଯାୟୀ ଭିତରକନିକାରେ ବିଦେଶୀ ପକ୍ଷୀ ବଢିଛନ୍ତି । ଚଳିତ ବର୍ଷ ଭିତରକନିକାକୁ ୧୧୮ ପ୍ରଜାତିର ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ୧୯୩ଟି ଅଧିକ ପକ୍ଷୀ ଆସିଛନ୍ତି । ଗତବର୍ଷ ୧୨୧ଟି ପ୍ରଜାତିର ପକ୍ଷୀ ଆସସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking