ଭୁବନେଶ୍ୱର : ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ସବ୍ୟସାଚୀ ମଧ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ସମାଲୋଚନା ରୁଚିସଂପନ୍ନ ହେବା ଦରକାର । ମନୋଜ ମିଶ୍ର ଏଭଳି ବକ୍ତବ୍ୟ ଦେବା ବନ୍ଦ କରନ୍ତୁ ବୋଲି ସବ୍ୟସାଚୀ କହିଛନ୍ତି । ଓଡିଶାରେ ଭଲ ଫିଲ୍ମ ପାଇଁ ପ୍ରତିଷ୍ଠା ଚାଲିଛି । ଭଲ ଭଲ ଫିଲ୍ମ ହେଉଛି । ମନୋଜ ଟିକେ ମିଡିଆ ଆଟେନ୍ସନ ରହିବାକୁ ଚାହାଁନ୍ତି । ସବୁ ନିର୍ଦ୍ଦେଶକଙ୍କୁ ଏମିତି ଦୋଷାରୁପ ଗ୍ରହଣୀୟ ନୁହେଁ । ମୋ ବିଷୟରେ ମନୋଜ ମିଶ୍ର ସର୍ଟିଫିକେଟ ଦେବା ଦରକାର ନାହିଁ ବୋଲି ସବ୍ୟସାଚୀ କହିଛନ୍ତି ।