33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଆଇନ ଶୃଙ୍ଖଳା ସୁଦୃଢ଼ କରିବା ପାଇଁ ଅପରାଧ ପଞ୍ଜିକରଣ ଜରୁରୀ, ଏଫ୍ଆଇଆର୍ ଦାଖଲ କରିବାରେ ବିଳମ୍ବ...

ଆଇନ ଶୃଙ୍ଖଳା ସୁଦୃଢ଼ କରିବା ପାଇଁ ଅପରାଧ ପଞ୍ଜିକରଣ ଜରୁରୀ, ଏଫ୍ଆଇଆର୍ ଦାଖଲ କରିବାରେ ବିଳମ୍ବ ହେବା ଉଚିତ ନୁହେଁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ମହାରାଷ୍ଟ୍ରରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ରାଜ୍ୟରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିପିଆରଡି)ର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ଦେଶବାସୀଙ୍କୁ ଏକ ଦ୍ରୁତ ଏବଂ ସ୍ୱଚ୍ଛ ନ୍ୟାୟ ବ୍ୟବସ୍ଥା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଥିଲେ ଯେ ଆଇନ ଶୃଙ୍ଖଳା ସୁଦୃଢ଼ କରିବା ପାଇଁ ଅପରାଧ ପଞ୍ଜିକୃତ ହେବା ଜରୁରୀ, ତେଣୁ ଏଫ୍ଆଇଆର ଦାଖଲ କରିବାରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ର ନୂତନ ଅପରାଧିକ ଆଇନ ଆଧରରେ ଏକ ମଡେଲ୍ ଡାଇରେକ୍ଟୋରେଟ୍ ଅଫ୍ ପ୍ରସିକ୍ୟୁସନ୍ ସିଷ୍ଟମ୍ ପ୍ରତିଷ୍ଠା କରିବା ଉଚିତ। ୭ ବର୍ଷରୁ ଅଧିକ ଦଣ୍ଡାଦେଶ ଥିବା ମାମଲାରେ ୯୦ ପ୍ରତିଶତରୁ ଅଧିକ ଦଣ୍ଡବିଧାନ ହାର ହାସଲ କରିବା ପାଇଁ ପ୍ରୟାସ କରାଯିବା ଉଚିତ ଏବଂ ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦେବା ପାଇଁ ପୋଲିସ, ସରକାରୀ ଓକିଲ ଏବଂ ନ୍ୟାୟପାଳିକା ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅପରାଧ ସମ୍ବନ୍ଧୀୟ ଧାରାଗୁଡ଼ିକର ଅପବ୍ୟବହାରକୁ ରୋକିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ନିୟମିତ ଭାବେ ସଙ୍ଗଠିତ ଅପରାଧ, ଆତଙ୍କବାଦ ଏବଂ ଗଣଦୁଷ୍କର୍ମ ମାମଲା ଉପରେ ନଜର ରଖିବା ଉଚିତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଦୋହରାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ କାରାଗାର, ସରକାରୀ ଡାକ୍ତରଖାନା, ବ୍ୟାଙ୍କ, ଫରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ଏଫଏସଏଲ) ଇତ୍ୟାଦି ସୁବିଧା କ୍ଷେତ୍ରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରମାଣ ରେକର୍ଡିଂ ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ଏପରି ଏକ ବ୍ୟବସ୍ଥା ଲାଗୁ କରାଯିବା ଉଚିତ, ଯେଉଁଥିରେ ‘କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ୍ “(ସିସିଟିଏନ୍ଏସ୍) ଜରିଆରେ ଦୁଇ ରାଜ୍ୟ ମଧ୍ୟରେ ଏଫ୍ଆଇଆର୍ ହସ୍ତାନ୍ତର କରାଯାଇପାରିବ। ସେ ସୁପାରିଶ କରିଥିଲେ ଯେ ମହାରାଷ୍ଟ୍ର ସିସିଟିଏନ୍ଏସ୍ ୨.୦ ଏବଂ ଆଇସିଜେଏସ୍ ୨.୦ ଗ୍ରହଣ କରିବା ଉଚିତ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଡାସବୋର୍ଡ ମାଧ୍ୟମରେ ପଚରାଉଚରା ପାଇଁ ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ଉଚିତ୍। ଥାନା ଇଣ୍ଟରନେଟ ସଂଯୋଗକୁ ଉନ୍ନତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ପୁଲିସ ଉପଖଣ୍ଡରେ ଫୋରେନସିକ ବିଜ୍ଞାନ ସୁବିଧା ଥିବା ଭ୍ରାମ୍ୟମାଣ ଯାନର ଉପଲବ୍ଧତା ସୁନିଶ୍ଚିତ କରାଯିବା ଉଚିତ। ସ୍ୱରାଷ୍ଟ୍ର ମନ୍ତ୍ରୀ ଫରେନ୍ସିକ୍ ବିଶେଷଜ୍ଞ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଫରେନ୍ସିକ୍ ବିଭାଗରେ ଖାଲି ଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ଅମିତ ଶାହ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟର ଫିଙ୍ଗର ପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମକୁ ଜାତୀୟ ସ୍ୱୟଂଚାଳିତ ଫିଙ୍ଗର ପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ଏନଏଏଫଆଇଏସ୍‍) ସହିତ ସମନ୍ୱିତ କରିବାକୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନୂତନ ଅପରାଧିକ ଆଇନର ବ୍ୟବସ୍ଥା ଅନୁଯାୟୀ ଅପରାଧୀମାନଙ୍କଠାରୁ ଉଦ୍ଧାର ହୋଇଥିବା ସମ୍ପତ୍ତି ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେବା ପାଇଁ ପୋଲିସ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଚିତ୍। ଥାନାଗୁଡ଼ିକୁ ଅଧିକ ଗ୍ରହଣୀୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଦ୍ୱି-ସାପ୍ତାହିକ ସମୀକ୍ଷା କରିବା ଉଚିତ, ଯେତେବେଳେ କି ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ପ୍ରତି ସପ୍ତାହରେ ସମୀକ୍ଷା କରିବା ଉଚିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking