32.1 C
Bhubaneswar
Friday, March 6, 2026
Homeଓଡିଶାସାଇବର୍ ଠକ ଘରେ କ୍ରାଇମବ୍ରାଞ୍ଚ ଟିମ ଓ ପୁଲିସର ମିଳିତ ଚଢ଼ାଉ

ସାଇବର୍ ଠକ ଘରେ କ୍ରାଇମବ୍ରାଞ୍ଚ ଟିମ ଓ ପୁଲିସର ମିଳିତ ଚଢ଼ାଉ

ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ତରଞ୍ଜିଆ ପଂଚାୟତ ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଚଢ଼ାଉ କରଥିଲେ। ସାଇବର ଠକେଇ ମାମଲାରେ  ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଥିଲା।ସରୋଜ ଜେନାଙ୍କ ଘରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମ ବ୍ରାଞ୍ଚ ଟିମ୍ ଉଠାଇ ନେଇଥିବା ସୂଚନା ରହିଛି। ଗତକାଲି ରାତି ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ। ପୁଲିସ୍ ଏବେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କୁ ଧରିବା ଲାଗି ଜାଲ ବିଛାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking