14.1 C
Bhubaneswar
Friday, January 16, 2026
Homeଅପରାଧଇଓଡବ୍ଲ୍ୟୁ ହାବୁଡ଼ରେ ଠକ

ଇଓଡବ୍ଲ୍ୟୁ ହାବୁଡ଼ରେ ଠକ

ଭୁବନେଶ୍ୱର: ଇଓଡବ୍ଲ୍ୟୁ ହାବୁଡ଼ରେ ପଡିଲା ମହାଠକ ସୟଦ୍‌ ଜିଆଜୁର୍‌ ରେହମାନ୍‌ । ସାରା ଦେଶରୁ ୬ ହଜାରରୁ ଅଧିକ ଜମାକାରୀଙ୍କର ୬୦୦ କୋଟି ଟଙ୍କା ଚୂନ ଲଗାଇ ଫେରାର ରହିଥିଲା ଠକ । ସେୟାର୍‌ ବଜାରରେ ଟ୍ରେଡିଂ କରାଇ ବାର୍ଷିକ ୨୪ ପ୍ରତିଶତରୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ସମସ୍ତଙ୍କୁ ଠକିଚାଲିଥିଲା ଏହି ଠକ । ବେଶ୍‌ କିଛି ଦିନ ବାଲାଂଦେଶ ଓ ଦୁବାଇରେ ଆତ୍ମଗୋପନ କରିବା ପରେ ଶେଷରେ କୋଲକାତାରୁ ଧରାପଡିଛି ଏହି ଠକ।
ସୂଚନା ଅନୁଯାୟୀ, ୬ଟି ରାଜ୍ୟର ୬୨୧୯ ଜମାକାରୀଙ୍କୁ ୬୦୦ କୋଟିର ଚୂନ ଲଗାଇଦେଇଛି ରେହମାନ୍‌ । କେବଳ ଓଡ଼ିଶାରୁ ୧୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ବେଶାଳିଆ ଗୁଣ୍ଡୁଚିପଡ଼ାର ଅରୁଣ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ରେହମାନ୍‌ ନାଁରେ ଠକେଇ ମାମଲା ରୁଜୁ କରିଥିଲା। ତେବେ ଅରୁଣଙ୍କ ଅଭିଯୋଗ ଅନୁଯାୟୀ , ଏଲଏଫଏସ ବ୍ରୋକିଂ ଆଣ୍ଡ ପିଏମଏସ ସର୍ଭିସ ସଂସ୍ଥା ନାଁରେ ସେୟାର ବଜାରରେ ଟ୍ରେଡିଂ କରିବା ଆଳରେ ରେହମାନ୍‌ ଠକେଇ କରିଥିଲା। ବାର୍ଷିକ ୨୪ ପ୍ରତିଶତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଭଳି ଲୋଭନୀୟ ଅଫର୍‌ରେ ଦେଖି ସେମାନେ ଟଙ୍କା ନିବେଶ କରି ଫସିଯାଇଥିଲେ। ଇଓଡବ୍ଲ୍ୟୁର ତଦନ୍ତରୁ ଜଣାପଡ଼ିଥିଲା ଯେ ଏଲଏଫଏସ ବ୍ରୋକିଂ ଆଣ୍ଡ ପିଏମଏସ ସର୍ଭିସ ସଂସ୍ଥାର ମାଲିକ ତଥା ଇଣ୍ଡିଆ ହେଡ୍ ରେହମାନ୍‌। ଏହି ସଂସ୍ଥା ମହାରାଷ୍ଟ୍ର ପୁନେ ରେଜିଷ୍ଟ୍ରାର୍‌ ଅଫ୍ କମ୍ପାନୀରେ ପଞ୍ଜୀକୃତ ହୋଇଥିଲା। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଗୁଜରାଟରୁ ରେହମାନ୍‌ର ସଂସ୍ଥା ପାଖାପାଖି ୬୦୦ କୋଟିରୁ ଅଧିକ ଟଙ୍କା ଠକିନେଇଛି।କେବଳ ସେତିକି ନୁହେଁ, ତାର ଦୁଇ ଦୁଇ ପତ୍ନୀ ମଧ୍ୟ ଅଛନ୍ତି ।ହବିବା ବେଗମ୍ ଓ ରଞ୍ଜିତା ମହାଜନ ଦୁଇଟି ହୋଟେଲର ନିର୍ଦ୍ଦେଶକ ଥିଲେ ବୋଲି ଇଓଡବ୍ଲ୍ୟୁ ସୂଚନା ଦେଇଛି। ପୂର୍ବରୁ ସେବି ପକ୍ଷରୁ ବ୍ରୋକରିଂ ଲାଇସେନ୍‌ସକୁ ୫ ବର୍ଷ ପାଇଁ ବାତିଲ କରାଯାଇଥିଲା। ଏହାପରେ ବାଲେଶ୍ବର ଜିଲ୍ଲା ସୋରରେ ମୁଖ୍ୟ କାର୍ୟ୍ୟାଳୟ ବେଆଇନ ଭାବରେ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲା। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକରୁ ପାଖାପାଖି ୧୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଏଜେଣ୍ଟମାନେ କହିଛନ୍ତି। ଇଓଡବ୍ଲ୍ୟୁରେ ମାମଲା‌ ହେବା ପରେ ସେ ପ୍ରଥମେ ବାଲାଂଦେଶ ଓ ପରେ ଦୁବାଇ ପଳାଇଥିଲା।ଗତକାଲି ବିମାନ ଯୋଗେ ଦୁବାଇରୁ କୋଲକାତା ଆସୁଥିଲା। କୋଲକାତା ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ମାତ୍ରେ ଇମିଗ୍ରେସନ୍‌ ବିଭାଗ ତାକୁ ମାଡ଼ିବସିଲା। ଖବର ପାଇ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଅର୍ଥନାତିକ ଅପରାଧ ଶାଖା ତାକୁ ଗିରଫ କରିବା ସହ ବାରାକ୍‌ପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା ଏବଂ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା। ଆଜି ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଇ ସେଠାରୁ ଚୌଦ୍ବାର ଜେଲ୍‌କୁ ପଠାଇଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking