28.1 C
Bhubaneswar
Monday, February 9, 2026
Homeଓଡିଶାମୋଟୁଠାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ମୋଟୁଠାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ମାଲକାଗିରି:ସୀମାନ୍ତ ମୋଟୁ ଠାରେ (ଜେ କେ ସି ଟି) ଜାମାଲ ଖାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ସାବେରୀ ସିଲେରୁ ଅନ୍ତରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଖେଳ ର ଉଦଘାଟନ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟ ଚେଇରମେନ MD ଜାମାଲ ଖାନ ଏବଂ ଟ୍ରଷ୍ଟ ସୋମ୍ପାଦକ ଇମ୍ରାନ ଖାନ ଯୋଗ ଦେଇଥିବା ବେଳେ ସୋମ୍ମାନିତ ଅତିଥି ଭାବେ ମୋଟୁ ସରପଞ୍ଚ ରୁଚି କାଟାମ, ନାଏବ ସରପଞ୍ଚ ସୁବା କାଟାମ, ଏସ ଆଇ ଲକ୍ଷ୍ମୀଧର ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏମ ଡି ଆର୍ଷାଦ ଖାନ,ସମାଜ ସେବି ଇସେଟି ମୁଚାଲ ରାଓଙ୍କ ସମେତ ମେନ୍ତୁଲା ରାଜୁ ଏଡି ଦେବା ଦାନାମ, ଏମ ଡି ହାଷାମ ଖାନ, ସାୟାଦ ରଫି ଏବଂ କାଟାମ ଜଗା ଉପସ୍ଥିତ ରହିଥିଲେ | ଏହି ଟୁର୍ନାମେଣ୍ଟ ଓଡିଶା ସହ ପଡୋଶୀ ରାଜ୍ୟର ଆନ୍ଧ୍ର ଏବଂ ଛତିଶଗଡ ର ୨୦ ଟି ଦଳ କୁ ନେଇ କରାଯାଉଥିବା ବେଳେ ୱେନାର ଦଳକୁ ଟଫି ସମେତ ଟଙ୍କା ୫୦ ହଜାର ପୁରସ୍କାର ପ୍ରଦାନ କରାଯିବା ସମେତ ରନେର ଦଳକୁ ଟଙ୍କା ୩୦ ହଜାର ପୁରସ୍କାର ରୋଖାଯାଇଥିବା କହିଛନ୍ତି ଟ୍ରଷ୍ଟ ଚେଇରମେନ ଜାମାଲ ଖାନ | ଏଥି ସହ ସମସ୍ତ ଦଳୀୟ ଖେଳାଳିଙ୍କୁ ଭଲ ଖେଳିବା ସହ ଅଞ୍ଚଳର ଗୌରବ ଆଣିବାକୁ ଉଦଭାବନା ଦେଇଥିଲେ ଜାମାଲ ଖାନ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking