ବ୍ୟୁରୋ : ବସ୍ତା ସାନ ଅସ୍ତି ଗାଁରେ ଭୟ ଖେଳାଉଛି ମାଙ୍କଡଙ୍କ ଉପଦ୍ରବ । ମାଙ୍କଡ ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଭୟରେ କବାଟ ବନ୍ଦ କରି ରହୁଛନ୍ତି ଗାଁ ଲୋକ । ମାଙ୍କଡା ଧରିବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ପାଖରେ କିଛି ସରଞ୍ଜାମ ନଥିବାରୁ ଘଉଡାଇବାରେ ବିଫଳ ହେଉଛନ୍ତି ବନ ବିଭାଗ । ଯାହାକୁ ନେଇ ଲୋକେ ଅସନ୍ତୋଷ । ଗତ କିଛି ଦିନ ହେଲା ୫୦ରୁ ଅଧିକ ମାଙ୍କଡ ସାନ ଅସ୍ତି ଗାଁରେ ଡେରା ପକାଇଛନ୍ତି । ମାଙ୍କଡ ଗୋଡାଇ ଗୋଡାଇ ଲୋକଙ୍କୁ ଆକ୍ରମଣ କରୁଛି । ଆହତ ହୋଇଥିବା ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ଭୟଭୀତ ଗ୍ରାମବାସୀ । ଏନେଇ ଗ୍ରାମବାସୀ ମାଙ୍କଡ ପଲକୁ ଧରିବା ପାଇଁଁ ନିବେଦନ କରିଛନ୍ତି ଗ୍ରାମବାସୀ ।










