23.1 C
Bhubaneswar
Monday, February 9, 2026
Homeଅପରାଧପାଗଳ ପ୍ରେମୀ: ପ୍ରେମିକାକୁ ଛୁରୀ ଭୁସି ଜିଅନ୍ତା ଜାଳିଦେଲା

ପାଗଳ ପ୍ରେମୀ: ପ୍ରେମିକାକୁ ଛୁରୀ ଭୁସି ଜିଅନ୍ତା ଜାଳିଦେଲା

ଉତ୍ତରାଖଣ୍ଡ: ପାଗଳ ପ୍ରେମିକ। ଆପଣମାନେ ଏମିତି ଅନେକ ପାଗଳ ପ୍ରେମୀ ଦେଖିଥିବେ, ଯେଉଁମାନେ କି ନିଜ ପ୍ରେମିକା ପାଇଁ କିଛି ବି କରିପାରନ୍ତି। ହେଲେ ଏବେ ଏମିତି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଦେହ ବି ଶିତେଇ ଉଠିବ। ଦୁଇ ଣ ପ୍ରେମୀଯୁଗଳ। କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଉ ସେହି ବିବାଦ ଏତେ ବାଟ ବଢ଼ିଗଲା ଯେ, ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ପ୍ରଥମେ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ। ତାପରେ ଜୀବନ୍ତ ଦେହରେ ନିଆଁ ଲଗାଇଦେଲା। ଆଉ ପ୍ରେମିକର ଚିତ୍କାର ସହିନପାରି ନିଜର ବେକ କାଟିଦେଲା। ଉତ୍ତରାଖଣ୍ଡର ରୁରକିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଜଣେ ପାଗଳ ପ୍ରେମିକ ପାଗଳାମିର ସମସ୍ତ ସୀମା ଅତିକ୍ରମ କରିଦେଇଛି। ହି ପାଗଳ ପ୍ରେମିକ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଛୁରୀରେ ହାଣି ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଛୁରୀରେ ହାଣିବା ପରେ ଜିଅନ୍ତା ପ୍ରେମିକା ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା। ସେପଟେ କଷ୍ଟରେ ଚିତ୍କାର କରିବାକୁ ଲାଗିଲା ପ୍ରେମିକା ଜଣକ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ପ୍ରେମୀଯୁଗଳଙ୍କୁ ହସ୍ପିଟାଲକୁ ପଠାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଡ଼ିଯାଇଥିବା ପ୍ରେମିକମାନଙ୍କୁ ରୁରକିର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତରମାନେ ସେମାନଙ୍କୁ ଏକ ଉଚ୍ଚତର କେନ୍ଦ୍ରକୁ ରେଫର କରିଛନ୍ତି। ପୋଲିସ କହିଛି ଯେ ଯୁବତୀ ଜଣକ ଉତ୍ତର ପ୍ରଦେଶର ଦେବବନ୍ଦ ଥାନା ଅଞ୍ଚଳର ଏକ ଗାଁର ବାସିନ୍ଦା ଥିଲେ ଏବଂ ବୁଗାୱାଲାର ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଯୁବକ ଜଣକ ମୁଜାଫରନଗରର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking