30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶରିଲସ ପାଇଁ ପାଗଳ: ଟ୍ରାଫିକ ନିୟମ ଉଲଂଘନ, ମାମଲା ରୁଜୁ

ରିଲସ ପାଇଁ ପାଗଳ: ଟ୍ରାଫିକ ନିୟମ ଉଲଂଘନ, ମାମଲା ରୁଜୁ

ଉତ୍ତରପ୍ରଦେଶ: ତ୍ତରପ୍ରଦେଶର କାନପୁରସ୍ଥିତ ଚକେରି ଅଞ୍ଚଳରେ ରାସ୍ତା ଉପରେ ବୋମା ବିସ୍ପୋରଣର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପାଖାପାଖି ୫୦ ଜଣ ଯୁବକ ବେଧଡ଼କ କାନୁନକୁ ନିଜ ହାତକୁ ନେବାକୁ ପଛାଉ ନାହାନ୍ତି। ସେମାନେ ବାଇକ୍‌ରେ ସୀମାରୁ ଅଧିକ ଜଣ ଯିବା ସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହା ସହ ରାସ୍ତାରେ ବାଣ ଓ ବୋମା ମାଡ଼ କରି ଭୟର ଆତଙ୍କ ଖେଳାଇଛନ୍ତି। ବିନା ହେଲ୍‌ମେଟ୍‌ରେ ଏହି ଯୁବକମାନେ ସେମାନଙ୍କ ବାଇକ୍‌କୁ ଏପଟସେପଟ କରି ରାସ୍ତାରେ ହିରୋପନ୍ଥୀ ଦେଖାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। କିଛି ଯୁବକ ଏହି ସମୟର ଭିଡିଓକୁ ସୁଟିଂ କରି ସେମାନଙ୍କ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଛନ୍ତି। କେହି କେହି ଏହାକୁ ରିଲ୍ସ ବି ବନାଉଛନ୍ତି। ତେବେ ସେହି ଯୁବକମାନେ ମଧ୍ୟ ସୋସିଆଲ୍‌ ମିଡିଆରେ ରିଲ୍ସ ବନାଇବା ପାଇଁ ହିଁ ଏପରି କରିଥିଲେ ବୋଲି ସ୍ପଷ୍ଟ ହୋଇଛି। ଯୁବକମାନଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଏହି ଯୁବକମାନଙ୍କ ନାମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମାମରୁ ରୁଜୁ ହୋଇଛି ବୋଲି ଜାଣିବାକୁ ମିଳିଛି। ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିବା ପରେ ହିଁ କାନପୁର ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking