19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଓଲଟିଲା କ୍ରେନ୍‌: ୨ ମୃତ

ଓଲଟିଲା କ୍ରେନ୍‌: ୨ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି। ଏକ କ୍ରେନ୍ ଓଲଟି ପଡିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । କ୍ରେନ୍ ତଳେ ଅନେକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଧାର ଜିଲ୍ଲାର ପିତାମପୁରର ସାଗୌରରେ ଏକ କ୍ରେନ୍ ବ୍ୟବହାର କରି ଏକ ରେଳ ସେତୁ ନିର୍ମାଣ ପ୍ରକଳ୍ପ ଚାଲୁଥିଲା। ସେତୁ ନିକଟରେ ହଠାତ କ୍ରେନ୍ ଓଲଟି ପଡିଥିଲା। ପ୍ରାରମ୍ଭିକ ରିପୋର୍ଟରେ ଏହି ଘଟଣାରେ ଦୁଇଜଣ ମୃତ୍ୟୁ କରିଥିବା ଜଣାପଡିଛି ଏବଂ ଆହୁରି ଅଧିକ ଲୋକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଯୋଗୁଁ ଅନେକ ଗାଡି ମଧ୍ୟ ଫସିରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking