28.1 C
Bhubaneswar
Monday, December 15, 2025
Homeଓଡିଶାମେଘନାଦ ପାଚେରିରେ ଫାଟ: କାଲି ବସିବ ବୈଠକ

ମେଘନାଦ ପାଚେରିରେ ଫାଟ: କାଲି ବସିବ ବୈଠକ

ପୁରୀ: ମେଘନାଦ ପାଚେରିରେ ଫାଟ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ ମେଘନାଦ ପାଚେରି ସମସ୍ୟା ପୁରୁଣା ସମସ୍ୟା । ଏହା ସମ୍ପୂର୍ଣ୍ଣ ରୂପେ ନିରାକରଣ ହୋଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇଙ୍କୁ ଚିଠି ଲେଖାଯାଇଛି । ଆସନ୍ତାକାଲି ସେନେଇ ବୈଠକ ବସିବ । କ’ଣ ପଦକ୍ଷେପ ନିଆଯାଇଛି ତାହା ଦେଖାଯିବ । ଆବଶ୍ୟକସ୍ଥଳେ ଦିଲ୍ଲୀ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା ହେବ । ପାଚେରିରେ କନଜର୍ଭେସନ କାମ ହେବ, ପଥର ବଦଳିପାରିବନାହିଁ । ଅନ୍ୟପଟେ ଗତକାଲି ଏହି ପ୍ରସଙ୍ଗରେ ତୁରନ୍ତ ମରାମତି ପାଇଁ ଏଏସଆଇଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଚିଠିରେ ଲେଖିଥିଲେ ଯେ ଗତ ବର୍ଷ ମଧ୍ୟ ପାଣି ଗଳୁ ଥିବାରୁ ମରାମତି ହୋଇଥିଲା। ସ୍ଥାୟୀ ମରାମତି ପାଇଁ ସେତେବେଳେ ବି କୁହାଯାଇଥିଲା । ଏସବୁ ସତ୍ତ୍ବେ ପୁଣି ମେଘନାଦ ପାଚେରୀରୁ ପାଣି ଗଳିବା ଚିନ୍ତାଜନକ । ତେଣୁ ପାଣି ଗଳିବାର ମୂଳ କାରଣ ଖୋଜି ଏହାର ମରାମତି କରାଯାଉ । ଏଥିସହ ତ୍ବରିତ କ୍ଷତି ଏଡ଼ାଇବାକୁ ଅସ୍ଥାୟୀ ମରାମତି କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking